#Sunday_Motivation

 #SundayMotivation 🙏 #ଜୟ_ଗୁରୁଦେବ।🙏

#ଗୁରୁଦେବଙ୍କ ଉପସ୍ଥିତି ସମ୍ବନ୍ଧରେ ସଜାଗ ରହନ୍ତୁ।
ମହାନ୍ ଗୁରୁମାନେ କଦାପି ଅତୀତର ପୁରୁଷରେ ପରିଣତ ହୋଇ ଯାଆନ୍ତି ନାହିଁ। ସେମାନେ ସର୍ବଦା ବର୍ତ୍ତମାନର ତଥା ଭବିଷ୍ଯତର ପୁରୁଷ ହୋଇ ରହନ୍ତି। ସୁତରାଂ ଆପଣଙ୍କ ନିକଟରେ ଗୁରୁଙ୍କର ନିତ୍ଯ ଉପସ୍ଥିତିକୁ ଆପଣ ନିଜର ଚେତନା ରାଜ୍ଯରେ ପ୍ରତିପାଳନ କରି ରଖନ୍ତୁ। ଆପଣଙ୍କ ଚେତନାରେ ଲାଗିରହୁ ଯେ , ' ଗୁରୁଦେବ ମୋ ସହିତ ତଥା ମୋର ଜୀବନକାଳ ସାରା ମୋର ଅନ୍ତର ଭିତରେ ଅଛନ୍ତି। ସେ ସର୍ବଦା ମୋ ସହିତ ନିବାସ କରନ୍ତି। ସେ ମୋ ସହିତ କି ପୂର୍ବାହ୍ନ, କି ମଧ୍ଯାହ୍ନ, କି ଅପରାହ୍ନ, କି ରାତ୍ର ସର୍ବଦା ବିଦ୍ଯମାନ ଅଛନ୍ତି। ମୁଁ ତାହାଙ୍କର ମନ୍ଦିରକୁ ଗଲେ କିମ୍ବା ତାହାଙ୍କର ସମାଧିସ୍ଥଳକୁ ଗଲେ, ଯେ ସେ ମୋ ସହିତ ରହନ୍ତି ତାହା ନୁହେଁ, ମୁଁ ଯେଉଁଠାକୁ ଯାଏ, ସେ ମୋ ସହିତ ସେଠାକୁ ଯାଆନ୍ତି। ମୁଁ ହେଉଛି ତାହାଙ୍କର ଅବସ୍ଥାନ ନିମନ୍ତେ ଏକ ଜୀବନ୍ତ ମନ୍ଦିର ଏବଂ ସେ ମୋ ଭିତରେ, ମୋର କ୍ରିୟା କଳାପରେ ମୋ ସହିତ ନିବାସ କରି ରହିଥାନ୍ତି। ମୁଁ ଯେପରି ସତ୍ ମାର୍ଗରେ ଚାଲେ, ସେଥିପାଇଁ ସେ ମୋତେ ବାହାରୁ ନିର୍ଦେଶ ଦିଅନ୍ତି ଏବଂ ମୁଁ ଉଚିତ୍ ମାର୍ଗରେ ଚାଲିବା ନିମନ୍ତେ ସେ ମୋତେ ଅନ୍ତର ଭିତରୁ ପ୍ରେରଣା ଦିଅନ୍ତି।

      ସତରେ, ଏହି ଚେତନା ପୋଷଣ କରିବାଟି ହେଉଛି ପ୍ରକୃତ ଶିଷ୍ଯତ୍ବର ଯେପରି ଏକ ଅପରିହାର୍ଯ୍ଯ ଅଙ୍ଗ, ସଫଳ ଆଧ୍ଯାତ୍ମିକ  ଜୀବନର ସେହିପରି ଏକ ଅପରିହାର୍ଯ୍ଯ ଅଙ୍ଗ। ଆମେ ଯାହାଙ୍କୁ ଆଧ୍ଯାତ୍ମିକ ପଥ ପ୍ରଦର୍ଶକ ବା ଗୁରୁ ବୋଲି କହୁଛୁ, ଏହା ହେଉଛି ତାହାଙ୍କ ଠାରୁ ସର୍ବଶ୍ରେଷ୍ଠ ଓ ସର୍ବାଧିକ ଉପକାର ଲାଭ କରିବାର ଅପରିହାର୍ଯ୍ଯ ସାଧନା। ଜଣେ ଏକନିଷ୍ଠ ଜିଜ୍ଞାସୁ ସାଧକ ଓ ତାହାଙ୍କର ଗୁରୁଦେବଙ୍କ ମଧ୍ଯରେ ଯେଉଁ ସୂକ୍ଷ୍ମ ଓ ଅଦ୍ବିତୀୟ ସଂପର୍କ ଗଢି ଉଠିଥାଏ, ଏହା ହେଉଛି ସେହି ସଂମ୍ପର୍କର ଅନ୍ତର୍ନିହିତ ଆଧ୍ଯାତ୍ମିକ ସତ୍ଯ। ଯେ ଆମର ଜନ୍ମଦାତା, ଯେ ଆମ ଜୀବନର ଏକମାତ୍ର ଲକ୍ଷ୍ଯ, ଯେ ଜୀବାତ୍ମାର ନିୟତି ଅର୍ଥାତ୍ ଯେ ନିତ୍ଯ, ଅନନ୍ତ, ମହାନ୍ ଏବଂ ସର୍ବଭୌମ ବିଶ୍ବାତ୍ମା, ତାହାଙ୍କ ସହିତ ଜୀବାତ୍ମାର ମିଳନ ଘଟାଇଦେବା ନିମନ୍ତେ ହିଁ, ଏକମାତ୍ର ସେହି ଲକ୍ଷ୍ଯ ନେଇ #ଗୁରୁଦେବ ଅବତୀର୍ଣ୍ଣ ହୋଇଥାନ୍ତି।

Sunday Motivation


Post a Comment

1 Comments

PRIYANSHU KUMAR DHIR said…
Guruji 🙏🙏🙏🙏🙏🙏🙏🙏🙏🙏🙏