Nature's Talk : How Nature talk & Guide to us.
Let's Understand the Nature's Message
ଯେଉଁଠାରେ ଘୋଡା ପାଣି ପିଉଥିବେ ସେଠାରେ ପାଣି ପିଅ
କାରଣ ଘୋଡା କଦାପି ଦୂଷିତ ପାଣି ପିଇବ ନାହିଁ ।
ବିଲେଇ ଶୋଇଥିବା ସ୍ଥାନରେ ତୁମର ଶଯ୍ୟା ରଖ
କାରଣ ତାକୁ ଶାନ୍ତି ପସନ୍ଦ ।
ପୋକ ଛୁଇଁଥିବା ଫଳ ଖାଅ
କାରଣ ପୋକ ସର୍ବଦା ମଧୁର ଓ ପକ୍ଵ ଫଳ ଖୋଜୁଥାନ୍ତି ।
ଯେଉଁଠାରେ ଚୁଚୁନ୍ଦ୍ରା ଗାତ ଖୋଳନ୍ତି ସେହି ସ୍ଥାନରେ ଗଛ ଲଗାଅ
କାରଣ ସେ ଭୂମି ଉର୍ବର ଅଟେ ।
ଯେଉଁଠାରେ ସାପ ନିଜକୁ ଗରମ କରିବା ପାଇଁ ବସିଥାଏ
ସେଠାରେ ତୁମର ଘର ନିର୍ମାଣ କର
କାରଣ ତାହା ସ୍ଥିର ଭୂମି ଅଟେ ଓ କେବେ ଧସି ନଥାଏ ।
ଯେଉଁଠାରେ ପକ୍ଷୀମାନେ ଗରମରୁ ରକ୍ଷା ପାଇଁ ଲୁଚନ୍ତି,
ସେହି ସ୍ଥାନରେ ପାଣି ପାଇବା ପାଇଁ ଖୋଳ
କାରଣ ସେ ସ୍ଥାନରେ ପାଣି ଲୁଚି ରହିଥାଏ।
ପକ୍ଷୀ ମାନଙ୍କର କଳରବ ସହ ଶୋଇବାକୁ ଯାଅ ଏବଂ
ପକ୍ଷୀମାନଙ୍କ ସହିତ ଏକ ସମୟରେ ଜାଗ୍ରତ ହୁଅ -
ଏହା ସଫଳତାର ରହସ୍ୟ ଅଟେ ।
ଅଧିକ ସବୁଜ ପରିବା ଓ ଫଳ ଖାଅ -
ଜଙ୍ଗଲର ଜୀବ ପରି ତୁମର ସବଳ ପାଦ ଏବଂ
ପ୍ରତିରୋଧକ ହୃଦୟ ରହିବ ।
ଯେତେବେଳେ ବି ତୁମକୁ ସମୟ ମିଳିବ ପାଣିରେ ପହଁର ଏବଂ
ତୁମେ ପାଣିରେ ଥିବା ମାଛ ପରି ପୃଥିବୀରେ ଅନୁଭବ କରିବ ।
ଯଥାସମ୍ଭବ ଆକାଶକୁ ଦେଖ ଏବଂ
ତୁମର ବିଚାର ଶୁଦ୍ଧ, ଉଜ୍ଜ୍ୱଳ ଏବଂ ସ୍ୱଚ୍ଛ ହେବାସହ
ନିର୍ଣ୍ଣୟ ସ୍ପଷ୍ଟ ହୋଇଯିବ ।
ଶାନ୍ତ ଓ ମୌନ ରୁହ -
ତୁମର ହୃଦୟରେ ଶାନ୍ତି ବ୍ୟାପିଯିବ ଏବଂ
ତୁମର ଆତ୍ମା ଶାନ୍ତିରେ ପରିପୂର୍ଣ୍ଣ ହେବ ।
Motivational Quotes |
2 Comments