Practice Test series Math Objective question class 10 BSE Odisha

Practice Test series Math Objective question class 10 BSE Odisha

PTS- 3 (Math Objective)

Class-X                                                                                           Full Mark -40

1.(a, b) ଓ (- a, b) ମଧ୍ୟରେ ଦୂରତା­­­______

2. ∆ ABCର ଶୀର୍ଷବିନ୍ଦୁତ୍ରୟ A (0, 0), B (4, 0), C (0, – 4) ହେଲେ, ତାହାର କ୍ଷେତ୍ରଫଳ_______

3. ଏକ ଚତୁର୍ଭୁଜର ଶୀର୍ଷବିନ୍ଦୁମାନଙ୍କର ସ୍ଥାନାଙ୍କ (- 2, 3), (3, -2), (7, 4) ଓ (1, 5) ହେଲେ, ତାହାର କ୍ଷେତ୍ରଫଳ______

4. (p, 2p), (3p, 3p) ଓ (3, 1) ବିଦୁ୍ୟତ୍ରୟ ରେଖୀୟ ହେଲେ pର ମୂଲ୍ୟ_______

5. kର ମାନ _____ ପାଇଁ (k, -2), (1, 4) ଏବଂ (-2, 7) ବିନ୍ଦୁତ୍ରୟ ଏକ ସରଳରେଖାରେ ରହିବେ । 

6. xର କେଉଁ ମାନ ପାଇଁ C (x, 3) ବିନ୍ଦୁ, A (2, 4) B (3, 5) ବିନ୍ଦୁଦ୍ଵୟ ଠାରୁ ସମାନ ଦୂରରେ ରହିବ ?

7. P(2, y) ବିନ୍ଦୁ Q (-1, 2) ବିନ୍ଦୁଠାରୁ 5 ଏକକ ଦୂରରେ ରହିଲେ, y ର ମୂଲ୍ୟ _______ ହେବ

8. x ଅକ୍ଷ ଉପରେ ଏକ ବିନ୍ଦୁର ସ୍ଥାନଙ୍କ ସ୍ଥିର କର ଯାହା (5, 4) ଓ (-2, 3) ସ୍ଥାନାଙ୍କ ବିଶିଷ୍ଟ ବିନ୍ଦୁଠାରୁ ସମଦୂରବର୍ତ୍ତୀ ହେବ ।

9. kର ମାନ _____ ପାଇଁ  A(k, -1), B(1, 0), C(4, 3) D(1, 2) , ଚତୁର୍ଭୁଜଟି ସାମାନ୍ତରିକ ଚିତ୍ର ହେବ

10. ଯଦି O (0, 0), A (1, 2), B (3, 8) ଏବଂ C (3, – 1) ହୁଏ, AB: CO = ________ ହେବ

11. (h – k, k – h), (2h, 2k) ଦୁଇବିନ୍ଦୁକୁ ଯୋଗକରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ ହେଉଛି

(-1, 2) kର ମାନ ________ ହେବ

12. ଏକ ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁ ଓ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (-2, 4) ଏବଂ (1, 2), ତେବେ ଅନ୍ୟ ପ୍ରାନ୍ତବିନ୍ଦୁଟିର ସ୍ଥାନଙ୍କ ________ ହେବ

13. x yର କେଉଁ ମୂଲ୍ୟ ପାଇଁ (6, -2) ଓ (2, -4) ବିନ୍ଦୁଦ୍ଵୟକୁ ସଂଯୋଗ କରୁଥିବା ରେଖାଖଣ୍ଡ ଏବଂ (x, 1) ଓ (-2, y) ବିନ୍ଦୁଦ୍ଵୟକୁ ସଂଯୋଗ କରୁଥିବା ରେଖାଖଣ୍ଡ ପରସ୍ପରକୁ ସମଦ୍ବିଖଣ୍ଡ କରିବେ ।

14. ଯଦି (5, 9) ବିନ୍ଦୁଟି, (7, -3) ଓ (4, k)କୁ ସଂଯୋଗ କରୁଥିବା ରେଖାଖଣ୍ଡକୁ 2 : 1 ଅନୁପାତରେ ଅନ୍ତର୍ବିଭକ୍ତ କରେ, ତେବେ kର ମୂଲ୍ୟ ________ ହେବ

15. (h, 5), (-4, k) ଓ (8, 9) ବିନ୍ଦୁମାନଙ୍କଦ୍ୱାରା ଗଠିତ ତ୍ରିଭୁଜର ଭରକେନ୍ଦ୍ରର ସ୍ଥାନାଙ୍କ (-2, 6) ହେଲେ h kର ମୂଲ୍ୟ ________ ହେବ

16. ଗୋଟିଏ ତ୍ରିଭୁଜର ଶୀର୍ଷବିନ୍ଦୁର ସ୍ଥାନାଙ୍କ ମାନ (-4, 1) ଓ (3,-4) ଏବଂ (1, 3) ହେଲେ, ଏହାର ଭରକେନ୍ଦ୍ର ସ୍ଥାନାଙ୍କ ________ ହେବ

17. (1, 5) ଓ (7, 2) ସ୍ଥାନାଙ୍କ ବିଶିଷ୍ଟ ବିଦୁ୍ୟଦ୍ୱୟକୁ ଯୋଗ କରୁଥିବା ରେଖାଖଣ୍ଡକୁ ସମତ୍ରିଖଣ୍ଡ କରୁଥିବା ବିନ୍ଦୁଦ୍ବୟର ସ୍ଥାନାଙ୍କ ________ ହେବ

18. OABC ଆୟତଚିତ୍ରର ଶୀର୍ଷବିନ୍ଦୁ ଚାରୋଟିର ସ୍ଥାନାଙ୍କ ଯଥାକ୍ରମେ
O (0, k), A (0, a), B (a, b), C (0, b)
ହେଲେ kର ମାନ ________ ହେବ

19. ତ୍ରିଭୁଜର ଶୀର୍ଷବିନ୍ଦୁତ୍ରୟର ସ୍ଥାନାଙ୍କ ଯଥାକ୍ରମେ (5, 2), (1, 3) ଓ (1,-2) ହେଲେ କ୍ଷେତ୍ରଫଳ_______ ହେବ

20. A (p + 1, 1), B (2p + 1, 3) C (2p + 2, 2p) ବିନ୍ଦୁ ତ୍ରୟ ଏକ ରେଖୀୟ ହେଲେ pର ମାନ _______ ହେବ

21. ଗୋଟିଏ ଜାର୍‌ରେ 5 ଗୋଟି ନାଲି, 6 ଗୋଟି ସବୁଜ ଏବଂ 4 ଗୋଟି ନୀଳ ମାର୍ବଲ ରହିଛି । ଜାରୁରୁ ଯଦୃଚ୍ଛା ଗୋଟିଏ ସବୁଜ ମାର୍ବଲ୍ ବାହାର କରିବାର ସମ୍ଭାବ୍ୟତା _______ ହେବ

22. ଗୋଟିଏ ଲୁଡୁଗୋଟିକୁ ଥରେ ଗଢ଼ାଗଲା । ଯଦି E ଘଟଣାଟି ଫଳ ଏକ ଯୁଗ୍ମ ସଂଖ୍ୟା’’କୁ ସୂଚାଏ ତେବେ E ଘଟଣାଟି ଘଟିବାର ସମ୍ଭାବ୍ୟତା _______ ହେବ

23. ଗୋଟିଏ ଲୁଡୁଗୋଟିକୁ ଥରେ ଗଡ଼ାଗଲା । ଯଦି ‘‘ଫଳ 7’’କୁ ସୂଚାଉ ଥ‌ିବା ଘଟଣା E ହୁଏ, ତେବେ ଉକ୍ତ ଘଟଣାଟି ଘଟିବାର ସମ୍ଭାବ୍ୟତା କେତେ?

24. ଗୋଟିଏ ମୁଦ୍ରାକୁ 3 ଥର ଟସ୍ କରାଗଲେ ଫଳରେ ଅତି ବେଶିରେ ଗୋଟିଏ H ରହିବାର ସମ୍ଭାବ୍ୟତା କେତେ?

25. ଗୋଟିଏ ମୁଦ୍ରାକୁ 3 ଥର ଟସ୍ କରାଗଲା ଫଳରେ କେବଳ H କିମ୍ବା କେବଳ T ଥ‌ିବାର ସମ୍ଭାବ୍ୟତା କେତେ?

26. ଗୋଟିଏ ଲୁଡୁଗୋଟିକୁ ଦୁଇଥର ଗଡ଼ାଇ ଦିଆଯିବାରେ  ଫଳ 7 ଘଟିବାର ସମ୍ଭାବ୍ୟତା କେତେ?

27. ଗୋଟିଏ ଲୁଡୁଗୋଟିକୁ ଥରେ ଗଡ଼ାଇବାରୁ ‘‘ଫଳ ଅଯୁଗ୍ମ କିମ୍ବା ଫଳ 3 ଘଟଣାଟିର ସମ୍ଭାବ୍ୟତା କେତେ?

28. ଏକ ପରୀକ୍ଷଣରେ ପରସ୍ପର ବର୍ହିଭୁକ୍ତ ଦୁଇଟି ଘଟଣା A1 B2 ଏପରିକି P(A1) = 2P(B2) P(A1) + P(B2) = 0.9 ତେବେ , A ଘଟଣାର ସମ୍ଭାବ୍ୟତା କେତେ?

29. ଗୋଟିଏ ପରୀକ୍ଷଣରେ ସମସ୍ତ ମୌଳିକ ବା ସରଳ ଘଟଣାଗୁଡ଼ିକର ସମ୍ଭାବ୍ୟତାର ସମଷ୍ଟି କେତେ?

30. ମିଲି ଓ ଲିମା ଟେନିସ୍ ଖେଳୁଥ‌ିଲେ । ଯଦି ଖେଳରେ ମିଲି ଜିଣିବାର ସମ୍ଭାବ୍ୟତା 0.62 ହୁଏ, ତେବେ ଲିମ୍ବା ହାରିବାର ସମ୍ଭାବ୍ୟତା କେତେ?

31. ଦୁଇଟି ମୁଦ୍ରାକୁ ଥରେ ଟସ୍ କରାଗଲା । ଫଳ ଅତିକମ୍‌ରେ ଗୋଟିଏ T’ ଆସିବାର ସମ୍ଭାବ୍ୟତା କେତେ?

32. ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଗଲା । ଫଳ 8’ ଆସିବାର ସମ୍ଭାବ୍ୟତା କେତେ?

33. ଗୋଟିଏ ବାକ୍ସରେ ତିନୋଟି ନୀଳ, ଦୁଇଟି ଧଳା ଓ ଚାରୋଟି ଲାଲ ମାର୍ବଲ ରହିଛି । ସେଥ‌ିରୁ ଗୋଟିଏ ମାର୍ବଲ ବାକ୍ସରୁ ଯଦୃଚ୍ଛା (randomly) ବଛାଗଲା । ଗୋଟିଏ ନୀଳ ମାର୍ବଲ ଆସିବାର କିମ୍ବା ଗୋଟିଏ ଲାଲ୍ ମାର୍ବଲ ଆସିବାର ସମ୍ଭାବ୍ୟତା କେତେ?

34.MATHEMATICS  ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର A ଆସିବାର ସମ୍ଭାବ୍ୟତା କେତେ?

35.SCHOOL  ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର H କିମ୍ବା O ଆସିବାର ସମ୍ଭାବ୍ୟତା କେତେ?

36.PROBABILITY  ଶବ୍ଦ Sample Space ଉପାଦାନ ସଂଖ୍ୟା କେତେ?

37. ଗୋଟିଏ ମୁଦ୍ରାକୁ 3 ଥର ଟସ୍ କରାଗଲେ Sample Space ଉପାଦାନ ସଂଖ୍ୟା କେତେ?

38. ଗୋଟିଏ ମୁଦ୍ରାକୁ 3 ଥର ଟସ୍ କରାଗଲେ Sample Space ______ ହେବ

39. ଗୋଟିଏ ଲୁଡୁଗୋଟିକୁ n ଥର ଗଡ଼ାଗଲା Sample Space ଉପାଦାନ ସଂଖ୍ୟା କେତେ?

40. ଗୋଟିଏ ଲୁଡୁଗୋଟିକୁ ଥରେ ଗଡ଼ାଇବାରୁ ‘‘ଫଳ ଅଯୁଗ୍ମ କିମ୍ବା ଫଳ 3 ଆସିବାର ସମ୍ଭାବ୍ୟତା କେତେ?

 


Post a Comment

0 Comments